Categories: ଜାତୀୟ

ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ହାଜର କରିଛନ୍ତି। ତାଙ୍କୁ ବର୍ତ୍ତମାନ ନ୍ୟାୟିକ ହେପାଜତକୁ ପଠାଯାଇଛି। ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିଓ୍ବାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ଅରବିନ୍ଦ କେଜ୍‌ରିଓ୍ବାଲ୍‌ କୋର୍ଟରେ ହାଜର ସମୟରେ ସ୍ତ୍ରୀ ସୁନୀତା, ଏଏପି ନେତା ସୌରଭ ଭରଦ୍ୱାଜ, ଆତିଶି, ଗୋପାଳ ରାୟଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ମାର୍ଚ୍ଚ ୨୮ରେ କେଜ୍‌ରିଓ୍ବାଲ୍‌ଙ୍କୁ କୋର୍ଟ ଆରାମ ଦେଇ ନ ଥିଲେ ଏବଂ ତାଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଥିଲେ। ମାର୍ଚ୍ଚ ୨୧ରେ ତାଙ୍କୁ ଇଡି ଗିରଫ କରିଥିଲା।

Share