Categories: ଜାତୀୟ

୧ ନମ୍ବର ଆସନରୁ ଯାଇ ପୁରା ଶେଷ ଆସନରେ ବସିଲେ କେଜରିଓ୍ବାଲ, ଦିଲ୍ଲୀ ବିଧାନସଭାରେ ଅଜବ ଦୃଶ୍ୟ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ବଦଳିଛି। ବର୍ତ୍ତମାନ କେଜରିୱାଲଙ୍କ ସିଟ ନମ୍ବର ୧ ରୁ ୪୧କୁ ବଦଳିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଧାନସଭାର ସିଟ ନମ୍ବର ୧ ରେ ବସିବେ ଏବଂ ସୌରଭ ଭରଦ୍ୱାଜ ସିଟ୍‌ ନମ୍ବର ୨ରେ ବସିବେ। ଯେଉଁଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସିଟ ୪୦ରେ ରହିଛି।

କେଜରିଓ୍ବାଲ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେପ୍ଟେମ୍ବର ୨୧ରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଦିଲ୍ଲୀ ବିଧାନସଭାର ଅଧିବେଶନ ଆଜି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଦିଲ୍ଲୀ ବିଧାନସଭାୀ ବାଚସ୍ପତି ଓ ବିରୋଧୀଦଳର ନେତା ବିଜୟନ୍ଦ୍ର ଗୁପ୍ତାଙ୍କ ସହ ନୂଆ ମୁଖ୍ୟମନ୍ତ୍ରୀ ଆତିଶି ଏବଂ ତାଙ୍କ କ୍ୟାବିନେଟକୁ ଅଭିନନ୍ଦନ ଜଣାଇଛନ୍ତି।

Share