Categories: ଜାତୀୟ

ଇଡିର ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ, ଗିରଫ ପରେ କ୍ୟାମେରା ଆଗରେ ଆଜି ପୁଣି ଜେରା ହେବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୩: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା କରିବ। କ୍ୟାମେରାରେ ପଚରାଉଚରା ପ୍ରକ୍ରିୟା ମଧ୍ୟ ରେକର୍ଡ ହେବ ଏବଂ ସମସ୍ତ ବିବୃତ୍ତି ଲିଖିତ ଆକାରରେ ରେକର୍ଡ ହେବ। କେଜ୍‌ରିଓ୍ବାଲଙ୍କୁ ଲକ୍‌ଅପ୍‌ ପଠାଇବା ପରେ ଇଡିର ସ୍ବତନ୍ତ୍ର ଟିମ୍‌ ସ୍ବତନ୍ତ୍ର ପ୍ରସ୍ତୁତ କରିଛନ୍ତି। କେଜ୍‌ରିଓ୍ବାଲଙ୍କୁ ପଚରାଉଚରା ପାଇଁ ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଦୁଇ ସହକାରୀ ନିର୍ଦ୍ଦେଶକ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତ।

କେଜ୍‌ରିଓ୍ବାଲଙ୍କ ଗିରଫ ପରେ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଆଜି ଶୁଣାଣି ହେବ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏହା ବ୍ୟତୀତ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଜି କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟରେ ଉପସ୍ଥାପନ କରିବେ।

ଇଡି ଚାର୍ଜଶିଟ୍‌ରେ କେଜ୍‌ରିଓ୍ବାଲଙ୍କ ନାମ ଅନେକ ଥର ଉଲ୍ଲେଖ କରାଯାଇଛି। ଏଜେନ୍ସି ଅଭିଯୋଗ କରିଛି, ଅଭିଯୁକ୍ତମାନେ କେଜ୍‌ରିଓ୍ବାଲଙ୍କ ସହ ଏକ୍ସାଇଜ ପଲିସି ପ୍ରସ୍ତୁତ କରିଥିଲେ। ଏହି ନୀତି ପ୍ରସ୍ତୁତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

Share