Categories: ଜାତୀୟ

ସିସୋଡିଆଙ୍କ ପରେ ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୧୨ା୮: ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଏକ ଇମେଲ ପଠାଇବାକୁ କହିଛନ୍ତି।

ଇଡି ମାମଲାରେ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିସାରିଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ସିବିଆଇ ମାମଲାରେ ଜାମିନ ପାଇନାହାନ୍ତି। ଗିରଫ ବିରୋଧରେ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଜାମିନ୍‌ ପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଟ୍ରାଏଲ କୋର୍ଟକୁ ଯିବାକୁ କହିଥିଲେ।

ସୂଚନାଯୋଗ୍ୟ, ମଦ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଜୁନ୍‌ ୨୫ରେ ସ୍ଥଗିତ ରଖିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯେଉଁଠାରୁ ସେ ଜୁଲାଇ ୧୨ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ। ଏହି ସମୟ ମଧ୍ୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲ୍‌ରେ ରହିଛନ୍ତି।

Share