Categories: ଜାତୀୟ

କେଜରିଓ୍ବାଲ ଛାଡିବେ ଦିଲ୍ଲୀ ରାଜନୀତି! ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୮।୯: ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। କେଜରିଓ୍ବାଲଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ମୁଖ୍ୟମନ୍ତ୍ରୀ ହେବା ଘଟଣାକ୍ରମ ଦିଲ୍ଲୀ ରାଜନୀତିର ଏକ ଭିନ୍ନ ଦିଗକୁ ଦର୍ଶାଉଛି। ଯଦିଓ କୁହାଯାଉଛି ଯେ, କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ସୁପ୍ରିମକୋର୍ଟ ଯେଉଁ ସର୍ତ୍ତ ରଖିଛନ୍ତି ତାଙ୍କ ପାଓ୍ବାରକୁ ସଙ୍କୁଚିତ କରିଦେଉଛି। ଯେଉଁଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ କେଜରିଓ୍ବାଲ କହିଛନ୍ତି ଯେ, ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଯେପର୍ଯ୍ୟନ୍ତ ପୁଣି ବିଧାନସଭା ନିବାଚନ  ନ ଜିତୁଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି। ହେଲେ ଜାତୀୟ ରାଜନୀତିରେ ଆଉ ଏକ ଚର୍ଚ୍ଚା ହେଉଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଏଏପି ଏବେ ଆଞ୍ଚଳିକ ଦଳରୁ ଜାତୀୟ ଦଳର ମାନ୍ୟତା ପାଇସାରିଛି। ଆଉ ଏଥିପାଇଁ ସବୁ ରାଜ୍ୟରେ ନିଜ ଦଳର ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ଦୁଇଟି ରାଜ୍ୟରେ ଏଏପିର ସରକାର ରହିଛି। ଏହାଛଡା ହିମାଚଳ ପ୍ରଦେଶ, ଗୁଜୁରାଟ ସହ ଅନ୍ୟ କିଛି ରାଜ୍ୟରେ ବି ଆଶତୀତ ଭାବେ ସଂଗଠନ ମଜବୁତ ରହିଛି। ଅନ୍ୟପଟେ ଯଦି ଭାରତରେ ଶ୍ରେଷ୍ଠ ୫ ପ୍ରଧାନମନ୍ତ୍ରୀ ପଦ ପାଇଁ ଲୋକପ୍ରିୟ ନେତା କିଏ ଅଛନ୍ତି ସେମାନଙ୍କ ମଧ୍ୟରୁ ୪ ନମ୍ବରରେ କେଜରିଓ୍ବାଲ ରହି ଆସିଛନ୍ତି। ଅର୍ଥାତ ଦେଶର ଟପ୍‌ ୫ ନେତାଙ୍କ ମଧ୍ୟରେ କେଜରିଓ୍ବାଲ ରହି ଆସିଛନ୍ତି। ଯାହା ବିଭିନ୍ନ ଜାତୀୟ ଗରମାଧ୍ୟମ ସଂସ୍ଥାର ସର୍ଭେରୁ ଜଣାପଡିଛି। ତେଣୁ କୁହାଯାଉଛି କେଜରିଓ୍ବାଲ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ହୁଏତ ଆଗକୁ ସେ ଆଉ ଦିଲ୍ଲୀ ରାଜନୀତିକୁ ଫେରି ନ ପାରନ୍ତି। ସେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଏନେଇ କେଜରିଓ୍ବାଲ କୌଣସି ଖୁଲାସା କରି ନାହାନ୍ତି। ରାଜନୈତିକ ବିଶେଷଜ୍ଞମାନେ କିନ୍ତୁ ଏପରି ଅନୁମାନ କରୁଛନ୍ତି।

ସୂଚନାଥାଉ କି, ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଅଟନ୍ତି। କହିରଖୁଛୁ କି, ରବିବାର ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୨୧ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ଏହା ପରେ ପୁଣି ତାଙ୍କୁ ସିବିଆଇ ଗିରଫ କରିଥିଲା।

Share