Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍‌ରିଓ୍ବାଲ! ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ହେଲେ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିବା ସତ୍ତ୍ୱେ କେଜ୍‌ରିଓ୍ବାଲଙ୍କୁ ସିବିଆଇ ମାମଲାରେ ଜେଲରେ ରହିବାକୁ ପଡ଼ିବ।

ତେବେ କେଜ୍‌ରିଓ୍ବାଲଙ୍କୁ ଇଡି ଗିରଫ କରିବା ପରଠାରୁ ବିରୋଧୀ ଭାଜପା ତାଙ୍କ ଇସ୍ତଫା ଦାବି କରିଆସୁଛି। କୋର୍ଟରେ ମଧ୍ୟ ଇସ୍ତଫା କଥା ଉଠିଥିଲା। ହେଲେ କୋର୍ଟ ଏହା ଉପରେ କୌଣସି ପ୍ରକାର ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଅରବିନ୍ଦ କେଜ୍‌ରିଓ୍ବାଲ ଜଣେ ନିର୍ବାଚିତ ନେତା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏହି ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଏହାର ପ୍ରଭାବ ମଧ୍ୟ ରହିଛି। ଆମେ କୌଣସି ନିର୍ଦ୍ଦେଶ ଦେଇପାରିବୁ ନାହିଁ।

Share