Categories: ଜାତୀୟ

କେଜ୍‌ରିଓ୍ବାଲ, ଖାର୍ଗେଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, ୨୮।୫(ଆଇଏଏନ୍‌ଏସ୍‌):  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିକୁ ନେଇ ଉତ୍ତେଜକ ମନ୍ତବ୍ୟ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଅଭିଯୋଗ ଦାଏର କରିଛନ୍ତି। ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ପାଖରେ ଦାଏର ଅଭିଯୋଗ ଅନୁଯାୟୀ ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି କରିବା ଉକ୍ତ ମନ୍ତବ୍ୟ ପଛର ଉଦ୍ଦେଶ୍ୟ ଥିଲା। କେନ୍ଦ୍ର ପ୍ରତି ଅବିଶ୍ୱାସର ଭାବନା ବଢ଼ାଇବା ଲାଗି ସେମାନେ ଉଦ୍ୟମ କରିଥିଲେ ବୋଲି ଜିନ୍ଦଲ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଆଇପିସିର ଧାରା ୧୨୧, ୧୫୩ଏ, ୫୦୫ ଏବଂ ୩୪ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି।

Share