Categories: ଜାତୀୟ

ହନୁମାନ ମନ୍ଦିରରେ ପୂଜା କଲେ କେଜରିଓ୍ବାଲ, ସନ୍ଧ୍ୟାରେ କରିବେ ରୋଡ ଶୋ’

ନୂଆଦିଲ୍ଲୀ,୧୧।୫: ତିହାର ଜେଲରୁ ବାହାରିବା ପରେ କେଜରିୱାଲ ଶନିବାରଠାରୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀର କନ୍ନଡ ପ୍ଲେସରେ ହନୁମାନ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ।
କନକ ପ୍ଲେସରେ ହନୁମାନ ମନ୍ଦିରରେ ପ୍ରାର୍ଥନା କରିବା ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଥିଲେ।
ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ସାରେ ତିହାର ଜେଲରୁ ବାହାରିଥିଲେ। ତାଙ୍କୁ ପାଛୋଟି ନେବାପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସ୍ତ୍ରୀ ସୁନୀତା କେଜରିୱାଲ, ଅନେକ ମନ୍ତ୍ରୀ ଏବଂ ଶହ ଶହ କର୍ମୀ ତିହାର ଜେଲରେ ପହଞ୍ଚିଥିଲେ।

Share