Categories: ଜାତୀୟ

କେଜରିଓ୍ବାଲଙ୍କ ଗିରଫଦାରୀ କଂଗ୍ରେସ ପାଇଁ ଏକ ଶିକ୍ଷା, ଏମିତି କାହିଁକି କହିଲେ ବିଜୟନ

ଥିରୁଭାନନ୍ତପୁରମ,୨।୪: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ କଂଗ୍ରେସ ପାଇଁ ଏକ ଶିକ୍ଷା। ତାଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ସେମାନଙ୍କ (କଂଗ୍ରେସ) ଯୋଗୁଁ ଏହି ସବୁ ଘଟିଛି।
ସେ କହିଛନ୍ତି ଯେ କଂଗ୍ରେସ ନିଜେ ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ଅଭିଯୋଗ ଦାଖଲ କରିଛି। ଇଡି ଏହି ମାମଲାକୁ ନିଜ ହାତକୁ ନେଇଗଲା। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଥମେ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ତା’ପରେ ଅରବିନ୍ଦ କେଜରିୱାଲଙ୍କୁ କାହିଁକି ଗିରଫ କରାଯାଇନଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।
ବିଜୟ ଆହୁରି କହିଛନ୍ତି ଯେ କଂଗ୍ରେସ ଏବେ ନିଜର ଆଭିମୁଖ୍ୟ ବଦଳାଇଛି। ମୁଁ ଏହାକୁ ସ୍ବାଗତ କରୁଛି କଂଗ୍ରେସ ନେତୃତ୍ୱ ଗ୍ରହଣ କରିବା ଉଚିତ ଯେ ସେମାନଙ୍କର ପୂର୍ବ ସ୍ଥିତି ଠିକ ନୁହେଁ। ଏହା ବ୍ୟତୀତ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Share