Categories: ଜାତୀୟ

ସୁପ୍ରିମକୋର୍ଟରେ କେଜରିଓ୍ବାଲଙ୍କ ହେଉଥିଲା ଶୁଣାଣି, ହଠାତ୍‌ ଉଠିଲା ଡୋନାଲ୍ଡ ଟ୍ରମ୍ପଙ୍କ ନାମ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ଉପରେ ଚ୍ୟାଲେଞ୍ଜ ହୋଇଥିବା ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଉଲ୍ଲେଖ କରାଯାଇଛି। କେଜରିଓ୍ବାଲଙ୍କୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ ଅଭିଷେକ ସିଂଘଭି ମଜାଳିଆ ଅନ୍ଦାଜରେ କହିଛନ୍ତି, ଆଜିକାଲି ଟ୍ରମ୍ପ ଏକ ବିପଦଜ୍ଜନକ ଶଦ୍ଦ ପାଲଟିଛନ୍ତି।

ସମ୍ବିଧାନର ଧାରା ୨୧କୁ ଉଲ୍ଲେଖ କରି ସିଂଘଭି କହିଛନ୍ତି, ଯିଏ ଜୀବନ ଓ ସ୍ବତନ୍ତ୍ରତାର ଅଧିକାରକୁ ଗ୍ୟାରେଣ୍ଟି ଦେଇଥାଏ ତାହାକୁ ପ୍ରାଥମିକତା ଦେବା ଆବଶ୍ୟକ। ଏହାପରେ ସେ କହିଛନ୍ତି, ଟ୍ରମ୍ପ ଏବେ ଗୋଟିଏ ବିପଦଜ୍ଜନକ ଶଦ୍ଦ ଭାବରେ ଉଭା ହୋଇଛନ୍ତି। ସମ୍ବିଧାନର ଧାରା ୨୧ ଟ୍ରମ୍ପଙ୍କୁ ଏକ ଭୟଙ୍କର ଶଦ୍ଦ ଭାବେ ଧରିଥାଏ।

ଗୁରୁବାର କେଜରିଓ୍ବାଲଙ୍କ ମାମଲାରେ ଜଷ୍ଟିଷ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜଳ ଭୂୟାନଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ। ଯଦି ଯାଚିକା ମଞ୍ଜୁର ହୋଇଯାଏ ତେବେ ଆମ ଆଦମୀ ପାର୍ଟି ମୁଖ୍ୟ କେଜରିଓ୍ବାଲ ଜେଲ୍‌ରୁ ମୁକୁଳିଯିବେ। ସିବିଆଇ ଜୁନ ୨୬ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଜେଲରେ ଥିବା କେଜ୍‌ରିୱାଲ ତାଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାଁଙ୍କ ବେଞ୍ଚ କେଜ୍‌ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରୁଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କେଜ୍‌ରିୱାଲଙ୍କ ପ୍ରତିନିଧିତ୍ୱ କରୁଛନ୍ତି।
ଜାମିନ ଆବେଦନ ଉପରେ ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଥିଲେ, କେଜ୍‌ରିୱାଲଙ୍କ ନାମ ଏକ୍ସାଇଜ ପଲିସି ମାମଲାରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆରରେ ନାହିଁ। ଏଥିସହ ନିକଟରେ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମାଜ ପାଇଁ ବିପଦ ନୁହେଁ। ଦୁଇଥର ସୁପ୍ରିମକୋର୍ଟ ଏବଂ ଥରେ ଟ୍ରାଏଲ କୋର୍ଟ କେଜ୍‌ରିୱାଲଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଂହଭି ଯୁକ୍ତି କରିଛନ୍ତି ଯେ, କେଜ୍‌ରିୱାଲ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି ଏବଂ ଏହା ସମାଜ ପାଇଁ ବିପଦ ନୁହେଁ। ତାଙ୍କୁ ଜାଣିଶୁଣି ଗିରଫ କରାଯାଇଛି। ସେ ଜେଲ୍‌ରୁ କେମିତି ବାହାରକୁ ନ ଆସି ପାରିବେ, ସେଥିପାଇଁ ତାଙ୍କୁ ସିବିଆଇ ଗିରଫ କରିଛି।

Share