ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ନିକଟକୁ ଏଏପି ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କ ନାମ କେଜରିଓ୍ବାଲ ପଠାଇଛନ୍ତି।
ନ୍ୟୁଜ ଏଜେନ୍ସି ପକ୍ଷରୁ ଏନେଇ ବୁଧବାର ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।