Posted inଜାତୀୟ

ଭାଜପାକୁ କେଜରିଓ୍ବାଲଙ୍କ ଚ୍ୟାଲେଞ୍ଜ, ଯଦି ଆତଙ୍କବାଦୀ-ଦୁର୍ନୀତିଗ୍ରସ୍ତ ତେବେ ଗିରଫ କର…

ନୂଆଦିଲ୍ଲୀ,୮।୧୧ : ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ତାଙ୍କୁ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ଟୁଇଟ କରି ଲେଖିଛନ୍ତି ପଞ୍ଜାବରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କେଜରିଓ୍ବାଲ ଜଣେ ଆତଙ୍କବାଦୀ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏଚଏମ) ଏକ ତଦନ୍ତ ବ୍ୟବସ୍ଥା କରିଥିଲେ, ତାହାର ଫଳାଫଳ କଣ ହେଲା? ବର୍ତ୍ତମାନ ଗୁଜରାଟ ଏବଂ ଦିଲ୍ଲୀରେ ହେବାକୁ ଥିବା ଏମସିଡି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହୁଛନ୍ତି ଦୁର୍ନୀତିଗ୍ରସ୍ତ।

ଆରେ କେଜରିଓ୍ବାଲ ଆତଙ୍କବାଦୀ ଅବା ଦୁର୍ନୀତିଗ୍ରସ୍ତ ଯଦି ପ୍ରମାଣ ଅଛି ତେବେ ଗିରଫ କର? କେଜରିଓ୍ବାଲ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ ନୁହଁନ୍ତି। କେଜରିଓ୍ବାଲ ଲୋକଙ୍କର ପ୍ରିୟ। ଏହା ଭାଜପାକୁ କଷ୍ଟ ଦେଉଛି। ତେଣୁ ପ୍ରଧାନମନ୍ତ୍ରୀ ଏଭଳି କହିବା ଜାରି ରଖିଛନ୍ତି। ଭାଜପାର ଅନ୍ୟ ନେତା ମଧ୍ୟ ବିଭିନ୍ନ ମିଥ୍ୟା ଅଭିଯୋଗ
କରୁଛନ୍ତି। ଏହା ସମ୍ପୂର୍ଣ୍ଣ ନିନ୍ଦାଜନକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ନିଜକୁ ପ୍ରୋଜେକ୍ଟ କରୁଛି। ଏଥି ସହିତ କେଜରିଓ୍ବାଲ ଭାଜପାକୁ ଟାର୍ଗେଟ କରିବାର ଗୋଟିଏ ବି ସୁଯୋଗ ମଧ୍ୟ ଛାଡୁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି...

କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…

ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍‌ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ...

ସୁଦାମ ମାରାଣ୍ଡିଙ୍କୁ ନେଇ ବଡ଼ ଖବର, ଝାଡଖଣ୍ଡ ନିର୍ବାଚନରେ…

ଭୁବନେଶ୍ୱର,୨୯।୧୦: ଆଗକୁ ଝାଡଖଣ୍ଡ ନିର୍ବାଚନ। ଏନେଇ ରାଜ୍ୟର ଶାସକ ଦଳ ଓ ବିରୋଧୀ ଦଳ ଅଣ୍ଟା କଷିଲେଣି। ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri