Categories: ଜାତୀୟ

ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର: ମଦ ଦୁର୍ନୀତି ନେଇ ଅନୁରାଗ ଠାକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆମ ଆଦମୀ ପାର୍ଟି (ଏଏପି) କୁ ଟାର୍ଗେଟ କରିଛନ୍ତି। ସେ ଏଏପି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଗୁରୁବାର କହିଛନ୍ତି ଯେଉଁମାନଙ୍କୁ କେଜରିଓ୍ବାଲ ସଚ୍ଚୋଟର ପ୍ରମାଣପତ୍ର ଦେଇଥିଲେ ସେମାନେ ଏବେ ଜେଲରେ ଅଛନ୍ତି।

ଏହା ପରେ ମଦ ଦୁର୍ନୀତି ମାମଲାରେ ପରବର୍ତ୍ତୀ ନମ୍ବର କେଜରିଓ୍ବାଲଙ୍କର ହୋଇପାରେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାର କିଙ୍ଗପିନ ବାହାରେ ଅଛନ୍ତି। ତାଙ୍କର ପାଳି ମଧ୍ୟ ଆସିବ। ତଦନ୍ତ ଚାଲିଛି।

ଲୋକମାନେ ତାଙ୍କ ଉପରେ ହସୁଛନ୍ତି। ସେ ଏବେ ଚିନ୍ତିତ ଦେଖାଯାଉଛନ୍ତି। ତାଙ୍କ ସରକାରର ଉପମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଜେଲରେ ଅଛନ୍ତି। ଏଏପି ଦୁର୍ନୀତି ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲା, କିନ୍ତୁ ବର୍ତ୍ତମାନ ଦୁର୍ନୀତିରେ ଜଡିତ ରହିଛି।

Share