Categories: ଜାତୀୟ

କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ, କୌଣସି ପାର୍ଟି ବିରୋଧରେ କରାଯିବନି ନିର୍ବାଚନ ପ୍ରଚାର…

ନୂଆଦିଲ୍ଲୀ, ୯।୧ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁରର ଫେବୃୟାରୀ ୧୦ଠାରୁ ନିର୍ବାଚନ ହେବାକୁ ଯାଉଛି। ଏେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ସହିତ ଭୋଟରଙ୍କୁ ହାତେଇବାର ଯୋଜନା ପ୍ରସ୍ତୁତ କରାଯାଇଛ। ଏହି ମର୍ମରେ ଆମ୍‌ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘର ଘର ବୁଲି ପ୍ରଚାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ ରବିବାର ଭିଡ଼ିଓ କନଫରେନ୍ସିଂରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ପ୍ରଚାର ଲାଗି ନୂଆ ମନ୍ତ୍ର ଦେଇଛନ୍ତି। କୌଣସି ପାର୍ଟି ବିରୋଧରେ ନିର୍ବାଚନ ପ୍ରଚାର ନ କରିବାକୁ ସେ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି କେବଳ ସକରାତ୍ମକ ଅଭିଯାନ ଜାରି ରଖିବ ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ଦ୍ୱାରା ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ଯୋଜନାସମ୍ପର୍କରେ ଲୋକଙ୍କୁ କହିବା ଲାଗି କେଜ୍ରିଓ୍ବାଲ ନିର୍ଦ୍ଦେଶ ଜାରି କରିଛନ୍ତି।

Share