Categories: ବାଣିଜ୍ୟ

କେଲ୍‌ଭିନ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍‌ଭିନ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଖାରବେଳନଗରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଓ ବିତରକ ଭାବେ ଏସ୍‌କେଏସ୍‌ ଭେଞ୍ଜର୍ସକୁ ବିତରକ ଭାବେ ଘୋଷଣା କରିଛି। ସେହିଭଳି ଏସ୍‌କେଏସ୍‌ ଭେଞ୍ଜର୍ସ ଆନୁକୂଲ୍ୟରେ କମ୍ପାନୀ ତା’ର ଡିଲର ପଏଣ୍ଟର ମଧ୍ୟ ଶୁଭାରମ୍ଭ କରିଛି। ଏହି ଅବସରରେ ଏସ୍‌କେଏସ୍‌ ଭେଞ୍ଜର୍ସର ମ୍ୟାନେଜିଂ ପାର୍ଟନର ସୁବ୍ରତ ଶତପଥୀ, କଲ୍ୟାଣ ଜେନାଙ୍କ ସମେତ ଉଭୟ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ କମ୍ପାନୀ ପ୍ରମୁଖ ଉତ୍ପାଦ ୟୁପିଭିସି,ସିପିଭିସି,ଏସ୍‌ଡବ୍ଲ୍ୟୁଆର୍‌,ଏଚ୍‌ଡିପିଇ,ଗାର୍ଡେନ ପାଇପ୍ସ, କଣ୍ଡକ୍ଟ ପାଇପ୍ସ ଭଳି ନୂତନ ପ୍ରଡକ୍ଟର ଉନ୍ମୋଚନ କରାଯାଇଥିଲା। ଏ ସମ୍ପର୍କରେ ଏସ୍‌କେଏସ୍‌ ଭେଞ୍ଜର୍ସ ପକ୍ଷରୁ କୁହାଯାଇଛି, କମ୍ପାନୀର ସମସ୍ତ ଉତ୍ପାଦ ସଂସ୍ଥାର ମଞ୍ଚେଶ୍ୱରସ୍ଥିତ ଗୋଦାମରୁ ପରିଚାଳିତ ହେବ। ସେହିପରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସବୁ ବର୍ଗର ପ୍ରଡକ୍ଟ ସୁଲଭ ମୂଲ୍ୟ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଇବାର ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଡିଲର ଓ ସହଯୋଗୀ ଯୋଗ ଦେଇଥିଲେ।

Share