ଏଥର ବୈଜୟନ୍ତଙ୍କ ସହ ଅଂଶୁମାନ୍‌ଙ୍କ ମୁକାବିଲା

କେନ୍ଦ୍ରାପଡ଼ା,୨୮ା୩ (ଜଗନ୍ନାଥ ଧଳ)ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ା ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି ା ଭାଜପାର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ା ବିଜେଡି ଏହାର ଜବାବ୍‌ରେ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବୁଧବାର ପ୍ରାର୍ଥୀ ଭାବେ ଘୋଷଣା କରିଛି ା ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ମଧ୍ୟରୁ ୨ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ପଡ଼ିଛି।
ପୂର୍ବତନ ଏମ୍‌ପି ବୈଜୟନ୍ତ ୨୦୦୯ ଓ ୨୦୧୪ରେ ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରେ ଜିତିଥିଲେ ା ମାତ୍ର ୨୦୧୯ରେ ଭାଜପାରୁ ସେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହାରିଥିଲେ ା ଅପରପକ୍ଷେ ନିର୍ବାଚନରେ ପରାଜୟ ସତ୍ତ୍ୱେ ଜିଲାରେ ଦଳୀୟ ସଂଗଠନକୁ ନିଜ ହାତମୁଠାରେ ରଖିଛନ୍ତି ା ଜିଲାରୁ ପଞ୍ଚାୟତସ୍ତରର କର୍ମକର୍ତ୍ତା ବୈଜୟନ୍ତଙ୍କ ନିୟନ୍ତ୍ରଣରେ ଅଛି ା ମାତ୍ର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଧାୟକ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ବିଦ୍ରୋହର ସମ୍ମୁଖୀନ ହେବା ଆଲୋଚନା ଆରମ୍ଭ ହୋଇଛି ା ଏପରି କି ଦଳରେ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ଯୋଗ ଦେଇ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ସରିଛି ା ବିଜୟଙ୍କ ଜିଲାରେ ଏକ ବଡ଼ ଧରଣର ନିଜସ୍ବ ସଂଗଠନ ଅଛି ା ଏହି ସଂଗଠନ ଏବେ କାହାକୁ ସମର୍ଥନ ଦେବ, ତାହାର ତର୍ଜମା ହେଉଛି ା ବିଜେଡି ପ୍ରାର୍ଥୀ ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ସାଥୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ା ନଳିନୀକାନ୍ତ ଜନତା ଦଳରେ ରହି ନିର୍ବାଚନ ଜିଣିବା ସହିତ ମନ୍ତ୍ରୀ ପଦ ପାଇଥିଲେ ା ମାତ୍ର ଶେଷ ସମୟରେ କଂଗ୍ରେସକୁ ଯାଇ ନିର୍ବାଚନ ଲଢ଼ିଥିଲେ ା ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଅଂଶୁମାନ ା କଂଗ୍ରେସରୁ ରାଜନଗର ବିଧାନସଭା ଆସନ ପାଇଁ ୨୦୧୪ରେ ଲଢ଼ି ବିଜୟୀ ହୋଇଥିଲେ ା ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ ଧୃବ ସାହୁ ତାଙ୍କୁ ପରାଜିତ କରିଥିଲେ ା ଅଂଶୁମାନ କଂଗ୍ରେସରେ ଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ଜିଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି ା ଏଥିସହିତ ବିଗତ ୧୦ ବର୍ଷରେ ତାଙ୍କର ଅନୁଗତଙ୍କ ସଂଖ୍ୟା ବହୁ ଅଧିକ ା ବିଜେଡିରେ ଗତ ଦୁଇ ସପ୍ତାହ ପୂର୍ବେ ଯୋଗ ଦେଇ ଦଳୀୟ ସଂଗଠନକୁ ଆଗକୁ ନେଉଛନ୍ତି ା ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ା ରାଜନିତୀରେ ଧୂରୀଣ ଏହି ଦୁଇ ନେତାଙ୍କ ମଧ୍ୟରେ ବଡ଼ ଧରଣର ରାଜନୈତିକ ମୁକାବିଲା ଏଥର ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଜିଲାରେ ଆଲୋଚନା ଆରମ୍ଭ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ନିର୍ଦ୍ଦୋଷ, ଏବେ ଆଜୀବନ କାରାଦଣ୍ଡ, ଜେଡିୟୁ କର୍ମୀଙ୍କ ହତ୍ୟା ମାମଲାରେ RSS-BJP ନେତାଙ୍କୁ ଆଜୀବନ କାରାଦଣ୍ଡ

ଥିରୁଭାନନ୍ତପୁରମ,୯।୪: କେରଳ ହାଇକୋର୍ଟ ମଙ୍ଗଳବାର ତ୍ରିସୁର ଜିଲାର ପାଝୁଭିଲରେ ଜନତା ଦଳ-ୟୁନାଇଟେଡ (ଜେଡିୟୁ)ର ଜଣେ କର୍ମୀଙ୍କ ହତ୍ୟା ମାମଲାରେ ପାଞ୍ଚ ଜଣ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ-ଭାଜପା...

ଦେଶର ସମ୍ପତ୍ତି ବିକ୍ରି କରି ମୋଦି ଜୀ ପଳାଇବେ: ଖାର୍ଗେଙ୍କ କଟାକ୍ଷ

ଅହମଦାବାଦ,୯।୪: କଂଗ୍ରେସ ଦଳର ୮୪ତମ ଅଧିବେଶନ ଗୁଜରାଟର ଅହମଦାବାଦରେ ଚାଲିଛି। ଏହି ଅବସରରେ ସାରା ଦେଶରୁ ୧୭୦୦ରୁ ଅଧିକ କଂଗ୍ରେସ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଅଧିବେଶନର...

ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି

ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ।...

ବିଜେଡିରେ ହଲ୍‌ଚଲ୍‌: ହୋଟେଲ୍‌ରେ ମେଳି ବାନ୍ଧୁଛନ୍ତି ନେତା

ଭୁବନେଶ୍ବର,୯।୪: ସଂସଦରେ ଓ୍ବକଫ୍‌ ବିଲ୍‌ ବିଜେଡିରେ ଝଡ଼। ଜଣଙ୍କ ପରେ ଜଣେ ନେତା କାଦୁଅ ଫିଙ୍ଗାଫିଙ୍ଗି ହେବା ପରେ ଏବେ ବିଜେଡି ନେତାଙ୍କ ମେଳି ଚାଲଛି।...

ଆଜିଠାରୁ ଭାରତ ଉପରେ ଲାଗୁ ହେବ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସକାଳୁ ଭାରତ ଉପରେ ସମ୍ପୂର୍ଣ୍ଣ ଭାବରେ ୨୬% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପ ୩ ଏପ୍ରିଲରେ ହ୍ବାଇଟ...

ଗର୍ଭବତୀଙ୍କୁ ଆଣିବା ପାଇଁ ଯିବାବେଳେ ଓଲଟିଲା ଆମ୍ବୁଲାନ୍ସ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ କପୁଣ୍ଡି ରାସ୍ତାର କପୁଣ୍ଡି ପଇଦା ବନ୍ଧ ନିକଟରେ ବୁଧବାର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ...

ଭାରତ ଆସିବେ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହଓ୍ବୁର ରାଣା? ଅପଡେଟ ନେଉଛନ୍ତି ଅଜିତ ଡୋଭାଲ

ନୂଆଦିଲ୍ଲୀ,୯।୪: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଯଥାଶୀଘ୍ର ଭାରତ ଅଣାଯାଇପାରେ। ଏହି ମାମଲାରେ ଭାରତକୁ ବଡ଼ ସଫଳତା ମିଳିବ ବୋଲି ଆଶା...

ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image