କେନ୍ଦ୍ରାପଡା ଅଫିସ, ୧୫।୧୨: ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ଯୋଜନାରେ କେନ୍ଦ୍ରାପଡା ଜିଲା ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ଜିଲାର ୩ ଲକ୍ଷ ୮ ହଜାର ୧୧୭ ପରିବାରର ୧୧ ଲକ୍ଷ ୫୬ ହଜାର ୪୩୩ ଜଣ ଏଥିରେ ଉପକୃତ ହୋଇପାରିବୋ ଏଥି ସହ ମୁଖ୍ୟମନ୍ତ୍ରୀ ଜିଲାର ୫୪ ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୧୦୬ ଟି ଜରୁରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥି ପାଇଁ ସହରର ଟାଉନ ହଲ ଠାରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।