କେନ୍ଦ୍ରାପଡ଼ା ଅଫିସ,୩୦ା୧୦: ବଲାଙ୍ଗୀର ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ବନ୍ଦ ହୋଇଛି। ସହରର ତିନିମୁହାଣୀ ସମେତ ବିଭିନ୍ନ ରାସ୍ତାରେ କର୍ମୀ ଓ ଦଳୀୟ ନେତାମାନେ ଉପସ୍ଥିତ ରହି ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏ ସମ୍ପର୍କରେ ଜିଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି ଯେ, ମମିତା ମୃତ୍ୟୁ ସ୍ବାଭାବିକ ନୁହେଁ । ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ ଏଥିରେ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଛି। ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହିତ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ଦାବିରେ ଏହି ଜିଲା ବନ୍ଦ ହୋଇଛି । ଏହା ସତ୍ତ୍ୱେ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ। ଏହି କାର୍ଯ୍ୟକ୍ରମରେ ଜିଲାରୁ ରାଜ୍ୟସ୍ତରୀୟ ନେତା ଓ କର୍ମୀ ଯୋଗ ଦେଇଛନ୍ତି।