କେନ୍ଦ୍ରାପଡ଼ା ରାଜନଗର ଥାନା ASI ନରେନ୍ଦ୍ର ସିଂ ସସ୍‌ପେଣ୍ଡ

ରାଜନଗର,୩୦।୯(ତ୍ରିଲୋଚନ ଦାସ ): କେନ୍ଦ୍ରାପଡା ରାଜନଗର ଥାନା ASI ନରେନ୍ଦ୍ର ସିଂଙ୍କୁ ସସ୍‌ପେଣ୍ଡ କରାଯାଇଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହିତ ଅଭିଯୋଗ ଆଧାରରେ ASIଙ୍କ ନାଁରେ ରୁଜୁ ମାମଲା ହୋଇଥିବା ବେଳେ ବିଭାଗୀୟ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ରାଜନଗର ଥାନା ଅନ୍ତର୍ଗତ ହଂସିଣା ଗୁଳା ଗ୍ରାମର ପ୍ରମୋଦ ବିଶାଳ ନିଜ ଦୋକାନରେ ଥିବାବେଳେ ରାଜନଗର ଥାନା ଗାଡି ସେଠାରେ ପହଞ୍ଚିଥିଲା। ଗାଡିରେ ଥିବା ପୋଲିସ କର୍ମଚାରୀ ନରେନ୍ଦ୍ର କୁମାର ସଂ ଜୈନିକ ଲୋକର ଠିକଣା ପଚାରିଥିଲେ। ପ୍ରମୋଦ ସେ ବ୍ୟକ୍ତିର ଠିକଣା କହିବା ପରେ ପୋଲିସ ସେଠାରୁ ଚାଲିଯାଇଥିଲେ। ମାତ୍ର କିଛି ସମୟ ପରେ ପୋଲିସ ଫେରିଆସି ହଠାତ୍‌ ପ୍ରମୋଦକୁ ନିସ୍ତୁକ ମାଡମାରି ଲହୁ ଲୁହାଣ କରିଥିଲେ। ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦକୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନ୍ୟାୟ ପାଇଁ ପ୍ରମୋଦ ଓ ତାଙ୍କ ପରିବାର କେନ୍ଦ୍ରାପଡା ଏସ୍‌ପି ଙ୍କ ଦାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦେଲେ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ

ଜଗନ୍ନାଥପୁର/ଭୁବନେଶ୍ୱର,୩୦।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨...

କୋକସରା ବ୍ଲକ ସ୍ତରୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ

କୋକସରା,୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ କରାଯାଇଛି। ସିଡିପିଓ ସରୋଜା ଲତା...

ଛାତ୍ରଙ୍କୁ ୩ ମହଲା କୋଠାରୁ ଠେଲିଦେବା ମାମଲା: ଆଣ୍ଟି ରାଗିଂ ସେଲ୍‌, ପୋଲିସର ତଦନ୍ତ ଆରମ୍ଭ

ଭବାନୀପାଟଣା,୩୦ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟ ବିନାୟକ ଆବାସିକ କଲେଜର ଜଣେ ଛାତ୍ରଙ୍କୁ ୩ମହଲା କୋଠାରୁ ଠେଲିଦେବା ଘଟଣାର ଆଣ୍ଟି...

ସାହାଣୀ କପ ଫୁଟବଲ: କନ୍ଧମାଳ-ବଲାଙ୍ଗିର ବିଜୟୀ

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା...

ନଭେମ୍ବର ୧ରେ ହେବ ବଲାଙ୍ଗୀର ଦିନ୍‌ ଉତ୍ସବ

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୧ରୁ ‘ବଲାଙ୍ଗୀର ଦିନ୍‌’ଉତ୍ସବ ପାଳନ କରାଯିବ। ଏନେଇ ସୋମବାର ସ୍ଥାନୀୟ ପିପି ଏକାଡେମୀ ହଲରେ ବଲାଙ୍ଗୀର ଦିନ୍‌ ଆୟୋଜକ...

ଟ୍ରକ୍, ବାଇକ୍ ମଧ୍ୟରେ ଧକ୍କା: ମା’ ବାପାଙ୍କ ସମେତ ପୁଅର ଭାଙ୍ଗିଲା ଗୋଡ଼

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଆଇ ଟି ଆଇ ସମ୍ମୁଖରେ ଅପରାହ୍ନରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଏଥିରେ...

କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭବାନୀପାଟଣା/ଥୁଆମୂଳ ରାମପୁର,୩୦।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସୋମବାର ଅପରାହ୍ନରେ ସନ୍ଦେହ...

ବ୍ୟାଙ୍କ ଲୁଟ୍‌ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ…

ହିଞ୍ଜିଳିକାଟୁ,୩୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସାହେବ କମ୍ପ୍ଲେକ୍ସରେ ଅବସ୍ଥିତ ୟୁନିଅନ୍‌ ବ୍ୟାଙ୍କ ଶାଖା-୨ରେ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଗେଟ୍‌ ତାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri