କେନ୍ଦୁ ଦେଉଛି ଜୀବିକା

କେନ୍ଦୁଝର, ୧୮।୪: କେନ୍ଦୁଝର ଜିଲାର ବନବାସୀଙ୍କୁ ପ୍ରକୃତି ଦେଇଛି ବଞ୍ଚିବାର ବହୁ ସାଧନ। ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ଫଳମୂଳ ଆଦି ସଂଗ୍ରହ କରି ନିଜେ ଖାଇଥାନ୍ତି ଏବଂ ବଳକା ହାଟ ବଜାରରେ ବିକି ତେଲ ଲୁଣ କିଣି ପରିବାର ଗୁଜୁରାଣ ଚଳାଇଥାନ୍ତି ା ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଜଙ୍ଗଲରୁ ମିଳିଥାଏ। ଖରା ଦିନରେ କେନ୍ଦୁ ପାଚିଥାଏ ା
କେନ୍ଦୁର ସ୍ବାଦ ନିଆରା। ବିଶେଷ କରି ବାଡି ବଗିଚା ତଥା ବଣ ଜଙ୍ଗଲରେ କେନ୍ଦୁ ଗଛ ହୋଇଥାଏ ା ଏହାକୁ ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ା ବିନା ଖର୍ଚ୍ଚରେ ଏହା ମିଳିଥାଏ ା ଶହ ଶହ ବନବାସୀ ବଣ ଜଙ୍ଗଲ ବୁଲି ସଂଗ୍ରହ କରି ବିକି ଚଳିଥାନ୍ତି ା
କରି ଏହି ଋତୁରେ ସକାଳୁ ସକାଳୁ ପିଲା ଠାରୁ ବୃଦ୍ଧ/ବୃଦ୍ଧା ଦଳ ଦଳ ହୋଇ ଟୋକେଇ, ବ୍ୟାଗ ଆଦି ଧରି ବଣ ପାହାଡ଼କୁ ଯାଇଥାନ୍ତି ା ପ୍ରାକୃତିକ ପରିବେଶରେ ଏହି ଗଛ ଉଠିଥାଏ ଏବଂ ଫଳ ଫଳିଥାଏ ା ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ଏହାର ଚାହିଦା କଟକ, ଭୁବନେଶ୍ୱର ତଥା ରା୍ଯଯ ବାହାରେ ଅଧିକ ରହିଛି ା ଏଣୁ ବ୍ୟବସାୟୀମାନେ ଝୁଡ଼ି ଦରରେ କେନ୍ଦୁ କିଣି ବାହାରକୁ ଚାଲାଣ କରି ବେଶ ଲାଭବାନ ହୋଇଥାନ୍ତି। କେନ୍ଦୁଝର ବଜାର ରେ ଏହାର ଭାଗ ୨୦ ଟଙ୍କା ରେ ବିକ୍ରି ହୋଇଥାଏ। ପ୍ରାୟ ପ୍ରତ୍ୟେକ ପରିବାରରେ ଏହି ସମୟରେ କେନ୍ଦୁ ଖାଇବାକୁ ଭଲ ପାଇଥାଆନ୍ତି। ତେବେ ଏହାକୁ ସାଇତି ରଖିବା ପାଇଁ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବନବାସୀ ମାନେ ବଜାରକୁ ଆଣୁଥିବା କେନ୍ଦୁ ବିକି ନ ପାରି ଛାଡିଦେଇଯାଇଥାନ୍ତି ା ସେହିପରି ବହୁ କେନ୍ଦୁ ନଷ୍ଟ ହୋଇଥାଏ ା ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ଯୋଡ଼ା ଆଦି ବ୍ଲକ ଅଞ୍ଚଳ ବଣପାହାଡ଼ରେ କେନ୍ଦୁ ଗଛ ଅଧିକ ରହିଛି। ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ କେନ୍ଦୁ ଗଛ ନଷ୍ଟ ହେଉଥିବା ବେଳେ ଏହାର ସୁରକ୍ଷା ପାଇଁ ଦାବି ହେଉଛି ା
କେନ୍ଦୁ ଗଛ ପତ୍ରରୁ ବିଡି ପ୍ରସ୍ତୁତ ହୋଇଥାଏ। ହଜାର ହଜାର ଲୋକ କେନ୍ଦୁପତ୍ର ତୋଳି ସରକାରଙ୍କୁ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ବିନା ବ୍ୟୟରେ ସରକାର ବହୁ ରାଜସ୍ବ ପାଇଥାନ୍ତି। ଭାଲୁ, ବାରହା ଆଦି ବନ୍ୟଜନ୍ତୁଙ୍କ ପ୍ରିୟ ଖାଦ୍ୟ କେନ୍ଦୁ ା ଏଣୁ କେନ୍ଦୁ ଖାଇବା ପାଇଁ ଆସିବା ସମୟରେ ଅନେକ ସମୟରେ କେନ୍ଦୁ ତୋଳାଳୀଙ୍କ ସହିତ ମୁହଁାମୁହିଁ ହୋଇଥାନ୍ତି। ଫଳରେ ବହୁ ଲୋକ ସେମାନଙ୍କ ଆକ୍ରମଣର ଶିକାର ହୋଇ କ୍ଷତବିକ୍ଷତ ହୋଇଥାନ୍ତି ା ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ଅନେକ ସମୟରେ ଲୋକଙ୍କୁ ସଚେତନ କରିଥାନ୍ତି।