କେନ୍ଦୁପତ୍ର ଚୋରା ଚାଲାଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ନାକଟିଦେଉଳ,୨୩ା୩(ଡ଼ି.ଏନ.ଏ.): ନାକଟିଦେଉଳ ଥାନା ବାଟଗାଁ-ଛତାବର ରାସ୍ତା କୁଞ୍ଜାମୁରା ଶିବ ମନ୍ଦିର ନିକଟରୁ ଚୋରା କେନ୍ଦୁପତ୍ର ଜବତ ମାମଲାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ରେଢାଖୋଲ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେବଗଡ଼ ଜିଲା ରିଆମାଳ ଥାନା ସୁନାରିପଡ଼ା ଗ୍ରାମର ବୈଷ୍ଣବ ବେହେରା, ଭିତରପଦ ଗ୍ରାମର ରମା ମହାନନ୍ଦ, ନାକଟିଦେଉଳ ଥାନା କୁଞ୍ଜାମୁରା ଗ୍ରାମର ଶିବସୁନ୍ଦର ସାହୁ ଓ ଅନୁଗୋଳ ଜିଲା କିଶୋରନଗର ଥାନା ବର୍ଗିପାଲି ଗ୍ରାମର ପ୍ରଦୀପ ରାଉଳ।

ସୂଚନାଯୋଗ୍ୟ, ନାକଟିଦେଉଳ ବ୍ଲକ ଡ଼ଇଁଚା ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରି ଅଭିଯୁକ୍ତମାନେ ନାକଟିଦେଉଳ-ବାଟଗାଁ-ଛତାବର ରାସ୍ତାରେ ଯାଉଥିବା ବେଳେ ନାକଟିଦେଉଳ ପୋଲିସ ବୁଧବାର ସେମାନଙ୍କୁ କାବୁ କରିଥିଲା। ପୋଲିସ ଚଢାଉ ବେଳେ ଓଡ଼ି୧୫ଏ-୦୪୯୯ନଂ. ବିଶିଷ୍ଟ ଟାଟା ଏସିଇ ଗାଡ଼ି ସହ ଏଥିରେ ଥିବା ୧୧୦ବଣ୍ଡଲ କେନ୍ଦୁପତ୍ର ଓ ଓଡ଼ି୨୮ଏ-୪୯୯୪ନଂ. ବିଶିଷ୍ଟ ବାଇକ୍‌ ଜବତ କରିଥିଲା। ପରେ ପୋଲିସ ଗିରଫ ବ୍ୟକ୍ତିମାନଙ୍କ ସମେତ ଜବତ କେନ୍ଦୁପତ୍ର ଓ ଗାଡ଼ି ନାକଟିଦେଉଳ ବନବିଭାଗକୁ ହସ୍ତାନ୍ତର କରିଥିଲା।

Share