କେନ୍ଦୁଝର,୧୯।୫(ସ୍ବ.ପ୍ର.): ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହେଲେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ। କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଗୁରୁବାର ଶୁଣାଣି ହୋଇଛି। ଆସନ୍ତା ଜୁନ ୨୮ରେ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି।
ସୂଚନାନୁସାରେ, ଜନଜାତି ଉତ୍ପୀଡନ ସମ୍ପର୍କିତ ମାମଲାରେ ହାଜର ହେବା ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଜିଲାପାଳଙ୍କୁ ନୋଟିସ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନ ଥିବାରୁ ଓ୍ବାରେଣ୍ଟ ଜାରି ହୋଇଥିଲା। ଜିଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ।