କେନ୍ଦୁଝରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

କେନ୍ଦୁଝର, ୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଷ୍ଟାଡିୟମ୍‌ ଠାରେ ମଙ୍ଗଳବାର ୭୨ତମ ଗଣତନ୍ତ୍ର ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଶିଳ୍ପ, ଶକ୍ତି, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପୋଲିସ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲାପାଳ ଆଶୀଷ ଥାକ୍‌ରେ, ଏସ୍‌ପି ମିତ୍ରଭାନୁ ମହାକୁଡ଼ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ମୁଖ୍ୟଅତିଥିଙ୍କ ଦାରା ପବ୍ଲିକ ଲାଇବ୍ରେରୀର ଉଦ୍‌ଘାଟନ କରାଯାଇଛି।

Share