ଅହମଦାବାଦ, ୨୮।୪(ପି.ଟି.)-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୧୪ର ଅବଶିଷ୍ଟ ଅଂଶ ପାଇଁ କେନ୍ ରିଚାର୍ଡସନଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ପେସ୍ ବୋଲର ସ୍କଟ କଗ୍ଲିନ୍ଙ୍କୁ ଦଳରେ ସାମିଲ କରିଛି। ଦେଶରେ ଦ୍ୱିତୀୟ କୋଭିଡ୍ ଲହର ପାଇଁ ଅଷ୍ଟ୍ରେଲିଆର ରିଚାର୍ଡସନ ଓ ଆଡାମ ଜାମ୍ପା ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟ ଅଧାରୁ ସେମାନଙ୍କ ଦଳ ଛାଡ଼ି ଚାଲିଯାଇଛନ୍ତି। କଗ୍ଲିନ୍ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ରିଜର୍ଭ ଖେଳାଳି ଭାବେ ଆଇପିଏଲ୍ ବାୟୋ-ବବଲର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଜାମ୍ପାଙ୍କ ବଦଳ ଖେଳାଳିଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ୨୯ବର୍ଷୀୟ କଗ୍ଲିନ୍ ନ୍ୟୁଜିଲାଣ୍ଡ ତରଫରୁ ୨ ଅନ୍ତର୍ଜାତୀୟ ଦିନିକିଆ, ୧୬ ଟି୨୦ ଖେଳି ସାରିଛନ୍ତି। ଏହାଛଡ଼ା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ୨ଟି ଆଇପିଏଲ୍ ମ୍ୟାଚ ଖେଳିଛନ୍ତି।