କେନ୍ଦୁଝର,୨୦ା୧୨(ସ୍ବ.ପ୍ର.): ଜିଲାରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଛି। ରାତିରେ ତାପମାତ୍ରା ହ୍ରାସ ପାଉଥିବାରୁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ଆସନ୍ତାକାଲି ତାପମାତ୍ରା ଆହୁରି ତଳକୁ ଖସି ଆସିବା ସମ୍ଭାବନା ରହିଛି। ଗତ ଦୁଇଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର ୧୨ ଡିଗ୍ରୀ ଉପରେ ଥିଲା। ହଠାତ୍ ତାପମାତ୍ରା ହ୍ରାସ ଯୋଗୁ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଗ୍ରାମାଞ୍ଚଳରେ ତାପମାତ୍ରା ୮ ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ପାହାଡ଼ିଆ କାଞ୍ଜିପାଣି, ଖଣ୍ଡାଧାର, କିରିବୁରୁ ଆଦି ଅଞ୍ଚଳରେ ତାପମାତ୍ରା ଆହୁରି ତଳେ ରହିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛି। ଦିନବେଳା ମଧ୍ୟ ଶୀତର ମଜା ଉଠାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଦେଖିବାକୁ ମିଳୁଛି।