Advertisement

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି।

୨୦୧୯-୨୦ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲା ସଂଖ୍ୟା ୮୧୬୮ ରହିଥିବା ବେଳେ ସେଥିରୁ କେନ୍ଦୁଝର ଜିଲାରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ୬୮୧ ରହିଛି। ଯାହାକି ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ବୋଲି ଜଣାପଡ଼ିଛି। କରୋନା ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢୁଥିବା ବେଳେ ଏବେ କରୋନା ପ୍ରକୋପ କମିଥିଲେ ହେଁ ଅଧାରୁ ଛାଡୁଥିବା ସମସ୍ତ ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share