ଏଠି ନଷ୍ଟ ହେଉଛି ଲକ୍ଷ ଲକ୍ଷ ଡୋଜ କରୋନା ଟିକା

ନାଇରୋବି,୨୪ ।୩: କେନିୟା ଫେବୃୟାରୀ ୨୮ରେ ଏକ୍ସପାୟର ହୋଇଯାଇଥିବା ଏସ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୮୪୦,୦୦୦ ଡୋଜକୁ ନଷ୍ଟ କରିବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସମାଚାର ଏଜେନ୍ସି ସିହ୍ନିୁଆ ମନ୍ତ୍ରଣାଳୟର କ୍ୟାବିନେଟ ସଚିବ ସୂଚନାଦେଇ କହିଛନ୍ତି । ଦେଶକୁ ପ୍ରାୟ ୨.୨ ମିଲିୟନ ଡୋଜ ଦାନ ଭାବେ ମିଳିଥିଲା । ଏହା ସମସ୍ତ ରାଜ୍ୟକୁ ବିତରଣ କରାଯାଇଥିଲା । ହେଲେ ଏହା ଠିକ୍ ସମୟରେ ବିତରଣ ହୋଇ ନ ପାରିବାରୁ ଲକ୍ଷ ଲକ୍ଷ ଭ୍ୟାକ୍ସିନ ନଷ୍ଟ ହେବାକୁ ଯାଉଛି ।

Share