୧୪ ଘଣ୍ଟା ଅନ୍ଧାରରେ କେନିଆ, ହସ୍ପିଟାଲଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବି ଅନ୍ଧାର

ନାଇରୋବି,୨୬ା୮: ଆଫ୍ରିକୀୟ କେନିଆରେ ବିଦ୍ୟୁତ କାଟ୍‌ ଯୋଗୁ ସମଗ୍ର ଦେଶ ଖରାପ ଅବସ୍ଥାରେ ଗତି କରୁଛି। ଶୁକ୍ରବାର ରାତିରୁ କେନିଆରେ ବିଦ୍ୟୁତ୍‌କାଟ୍‌ ହୋଇଥିବା ବେଳେ ଶନିବାର ଅର୍ଥାତ୍‌ ୧୪ ଘଣ୍ଟା ପରେ ବିଦ୍ୟୁତ୍‌ ଯୋଗାଣ ହୋଇଛି। ଫଳରେ ହସ୍ପିଟାଲ, ଏୟାପୋର୍ଟ ଏପରିକି ରାଷ୍ଟ୍ରପତି ଭବନ ମଧ୍ୟ ଅନ୍ଧାର ହୋଇଥିଲା। ପରେ ଜେନେରେଟର ସାହାଯ୍ୟରେ ବିଦ୍ୟୁତ୍‌ଯୋଗାଣ ହୋଇଥିଲା। ରାଷ୍ଟ୍ରାୟତ୍ତ ବିଦ୍ୟୁତ ବିତରକ କହିଛନ୍ତି, ଏହା ଗତ କିଛି ବର୍ଷ ମଧ୍ୟରେ ଦେଶର ଦୀର୍ଘତମ ବିଦ୍ୟୁତ୍‌ କାଟ୍‌। ଏହି ବିଦ୍ୟୁତ କାଟ୍‌ ସମ୍ପର୍କରେ ସରକାର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

Share