Categories: ଖେଳ

କାର୍‌ ଦୁର୍ଘଟଣାରେ ଚାଲିଗଲା ୨୪ ବର୍ଷୀୟ ମାରାଥନ ଧାବକ କିପ୍‌ଟମ୍‌ଙ୍କ ଜୀବନ

ନାଇରୋବି,୧୨ା୨: କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ଏକ କାର୍‌ ଦୁର୍ଘଟଣାରେ ମାରାଥନ ବିଶ୍ୱ ରେକର୍ଡ ହାସଲକାରୀ କେଲଭିନ୍‌ କିପ୍‌ଟମ୍‌ଙ୍କର ମୃତ୍ୟୁ ଘଟିଛି। ଚଳିତ ବର୍ଷ ହେବାକୁଥିବା ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ପାଇଁ ସେ ମୁଖ୍ୟ ଦାବିଦାର ଥିଲେ।

ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛିି। କିପଟମ୍‌ ନିଜେ ଗାଡ଼ି ଚଳାଉଥିଲେ। ଗାଡ଼ିଟି ସଡ଼କରୁ ଏକ ଗର୍ତ୍ତକୁ ଖସିପଡ଼ିବା ସହ ଏକ ଗଛରେ ପିଟ ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

୨୪ ବର୍ଷୀୟ କିପ୍‌ଟମ୍‌ ଏକ ଏଲିଟ ମାରାଥନରେ ତୃତୀୟ ପଦାର୍ପଣରେ ବିଶ୍ୱରେକର୍ଡ ଭାଙ୍ଗି ଦେଇଥିଲେ। ଗତ ବର୍ଷ ସିକାଗୋ ମାରାଥନରେ ସେ ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ। କିପ୍‌ଟମଙ୍କ ମୃତ୍ୟୁରେ ଦେଶରେ ଶୋକର ଛାୟା ଖେଳିଯାଇଛି। କେନିଆ ରାଷ୍ଟ୍ରପତି ଓ୍ବିଲିୟମ ରୁଟୋ ଶୋକ ପ୍ରକାଶ କରିଛନ୍ତି।

Share