Posted inଖେଳ

କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ

ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍‌ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି।

୨୦୨୨ରେ ଓରେଗନ୍‌ର ୟୁଜିନଠାରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବା ପୂର୍ବରୁ ନିଷିଦ୍ଧ ଉପାଦାନ ଟ୍ରିମେଟାଜିଡିନ୍‌ ପାଇଁ ଚେରୋନୋ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। କେନିଆର ଏହି ଧାବକ ୨୦୧୯ରେ ବୋଷ୍ଟନ ଓ ସିକାଗୋ ମାରାଥନ ଜିତିଥିଲେ।

୨୦୨୦ରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨ଘଣ୍ଟା, ୩ ମିନିଟ ୪ ସେକେଣ୍ଡ ମାରାଥନ ଇତିହାସରେ ଦ୍ୱାଦଶ ଦ୍ରୁତତମ। ବାସନ୍ଦ ଦଣ୍ଡ ପିଛିଲା ୨୦୨୨ରୁ ଲାଗୁ ହେବ, ଯେତେବେଳେ ତାଙ୍କୁ ପ୍ରୋଭିଜନାଲ ସସ୍‌ପେଣ୍ଡ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ୩୫ବର୍ଷ ବୟସ ହୋଇଥିବାରୁ ତାଙ୍କ ଟପ୍‌ ଲେଭଲ କ୍ୟାରିୟର ଆପାତତଃ ଅନ୍ତ ଘଟିଛି।

ଚେରୋନୋଙ୍କ ଡୋପିଙ୍ଗ ମାମଲାର ରାୟ ଦୁଇ ବର୍ଷ ପରେ ପ୍ରକାଶ ପାଇଛି। ଚେରୋନୋ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ)କୁ ସଫେଇ ଦେଇ କହିଛନ୍ତି ଯେ, ଥରେ ତାଙ୍କର ପେଟ ଗଣ୍ଡଗୋଳ ଯୋଗୁ ଡାକ୍ତର ତାଙ୍କୁ ପେନ୍‌କିଲର ପରିବର୍ତ୍ତେ ଅଜ୍ଞାତ ପଦାର୍ଥ ବିଶିଷ୍ଟ ଏକ ଇଞ୍ଜେକ୍ସନ ଦେଇଥିଲେ।

ଏହା ପଛରେ ତାଙ୍କ ଈର୍ଷାନ୍ବିତ ଟ୍ରେନିଂ ପାର୍ଟନରମାନଙ୍କ ହାତ ରହିଥାଇପାରେ ବୋଲି ସେ କହିଛନ୍ତି। ପରେ ସେ ଆଉ ଏକ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଦର୍ଶାଇଥିଲେ ଡାକ୍ତର ଯେଉଁ ଔଷଧ ଦେବାକୁ କହିଥିଲେ ତାହା ବଦଳରେ ତାଙ୍କ ସ୍ତ୍ରୀ ଭୁଲବଶତଃ ତାଙ୍କୁ ପେନ୍‌କିଲର ଦେଇଥିଲେ। ତେବେ କେନିଆରେ କୋର୍ଟଙ୍କ ଦ୍ୱାରା ହସ୍ତଗତ ମେଡିକାଲ ରେକର୍ଡରେ ଚେରୋନୋ ତାଙ୍କ ସ୍ତ୍ରୀଙ୍କଠାରୁ କୌଣସି ଔଷଧ ଗ୍ରହଣ କରିଥିବା ସମ୍ପର୍କରେ କୌଣସି ସୂଚନା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି

ସିଡନୀ,୨୫।୧୦: କ୍ରିକେଟ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିଲାଗି ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri