ବିଜେଡିରେ ମିଶିବା ଚର୍ଚ୍ଚା: ଗୁଜବ କହିଲେ ମନୋଜ

ହାଟଡ଼ିହୀ,୫l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଯେନାଙ୍କ ପୁଅ ଇଂ. ମନୋଜ କୁମାର ଯେନା ବିଜେଡିରେ ମିଶିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ଫଳରେ ପ୍ରମୁଖ ଦଳର ନେତା ଏବଂ କର୍ମୀଙ୍କ ମଧ୍ୟରେ ମାନସ ମନ୍ଥନ ବି ଚାଲିଛି। ଶେଷରେ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି ମନୋଜ। ସେ ବିଜେଡିରେ ମିଶିବା କଥାକୁ ଅସ୍ବୀକାର କରିବା ସହ ଏହା ଗୁଜବ ବୋଲି ସୋସିଆଲ ମିଡ଼ିଆରେ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି। ଏପରି କରି ଭଉଣୀ, ଭାଇମାନଙ୍କୁ ବିବ୍ରତ ନ କରିବାକୁ ଅନୁରୋଧ କରିଛନ୍ତି। ସେ କଂଗ୍ରେସରେ ଅଛନ୍ତି ଏବଂ ଆଗକୁ ରହିବେ ବୋଲି କହିଛନ୍ତି। କଂଗ୍ରେସର ଲୋକପ୍ରିୟତା ବଢ଼ୁଥିବାରୁ ବିରୋଧୀ ବିଚଳିତ ହୋଇ ଏପରି ପ୍ରୟାସ କରୁଛନ୍ତି। ଚଳିତ ନିର୍ବାଚନରେ ଜୟଦେବ ଯେନାଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ି ବାଜିମାତ କରିବେ ବୋଲି ଦମ୍ଭୋକ୍ତି କରିଛନ୍ତି।

Share