ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି

କେନ୍ଦୁଝର,୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓଡ଼ିଶା ଭବନଠାରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଏମ୍‌ପି ନାୟକ କହିଛନ୍ତି ଯେ, ସୋମବାର ଅପରାହ୍ନରେ କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସମସ୍ତ କ୍ଷେତ୍ରରେ କେନ୍ଦୁଝରର ବିକାଶ ପାଇଁ କିଭଳି କାର୍ଯ୍ୟ ହୋଇପାରିବ ତାହା ଏହି ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲା। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଖଣି ସମେତ ଜିଲାର ରାସ୍ତାଘାଟ ସମସ୍ୟା ଆଦି ଅନେକ ବିଷୟ ଉପରେ ଆଲୋଚନା ହୋଇଥିବା ଏମ୍‌ପି ନାୟକ କହିଛନ୍ତି।

Share