କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ତାପମାତ୍ର ୩୬ ଡିଗ୍ରୀ ଟପିଛି। ସକାଳେ ୧୧ ଟାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୨.୩୦ ରେ ଏହା ବୃଦ୍ଧି ପାଇ ୩୬.୮ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚତ୍ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖରା ଯୋଗୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ବସାଯାଇଥିବା ଜଳଛତ୍ର ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅନେକ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ରହିଛି। କେଉଁଠି ପାଣି ନାହିଁ ତ କେଡଁଠି ବୋହିଯାଉଛି ବୋଲି ଆଇନଜୀବୀ ଦୈତାରୀ ଆପଟ କହିଛନ୍ତି।