ଅଡୁଆରେ ସୁଭଦ୍ରା ହିତାଧିକାରୀ, ଆଧାର ଲିଙ୍କ୍ କରୁ କରୁ ବ୍ୟଙ୍କ ଖାତରୁ ଟଙ୍କା ଗାଏବ

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଖୁସି ଆଣିଲା, କିନ୍ତୁ କିଛି ହିତାଧିକାରୀ ସୁଭଦ୍ରା ଯୋଜନାରେ ଅର୍ଥ ପାଇବାକୁ ଯାଇ ଏବେ ଅଡୁଆରେ। ଆଧାର ସହିତ ମୋବାଇଲ ନମ୍ବର ଯୋଡିବାକୁ ଯାଇ ହୋଇଛନ୍ତି ଠକାମୀର ଶିକାର, ଆଧାର କେନ୍ଦ୍ରରେ ମୋବାଇଲ ନମ୍ବର ସଂଯୋଗ କରିବା ଲାଗି ଟିପ ଚି଼ହ୍ନ ଦେଲା ବେଳକୁ ବ୍ୟଙ୍କ ଖାତାରେ ଥିବା ନିଜର ସଞ୍ଚିତ ଅର୍ଥ ହଡପ ହୋଇଛି। ଜଣେ କି ଦୁଇଜଣ ନୁହଁ ପ୍ରାୟ ୨୦ରୁ ୨୫ ଜଣ ମହିଳାଙ୍କ ବ୍ୟଙ୍କ ଖାତରୁ ଗାଏବ ହୋଇଛି ସଞ୍ଚିତ ଅର୍ଥ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ତେଲକୋଇ ଥାନା ର ଉପାନ୍ତ ବେଣାମୁଣ୍ଡା ଅଞ୍ଚଳରେ.ଆଉ ମାମଲା ଏବେ ଥାନାରେ।

ସୁଭଦ୍ରା ଯୋଜନା ପାଇଁ ମୋବାଇଲ ନମ୍ବରକୁ ଆଧାର ସହିତ ସଂଯୋଗ କରିବାକୁ ବେଣାମୁଣ୍ଡା ଠାରେ ଥିବା ମିତେଶ କୁମାର ନାୟକଙ୍କ ଜନସେବା କେନ୍ଦ୍ରକୁ ବେଣାମୁଣ୍ଡା ଓ ଗଳଦା ଗ୍ରାମର କିଛି ମହିଳା ଯାଈଥିଲେ। ସେଠାରେ ଜଣେ ଯୁବକ ଆଧାର ସହିତ ମୋବାଇଲ ନମ୍ବରକୁ ସଂଯୋଗ ସଂଯୋଗ କରିବା ବେଳେ ମହିଳାଙ୍କ ଠାରୁ ଏଥେଣ୍ଟିକେସନ ପାଇଁ ଓଟିଜିରେ ଟିପ ଚି଼ହ୍ନ ନେଇଥିଲେ।

ମହିଳାମାନେ ଆଧାର ସଂଯୋଗ ପାଇଁ ଟିପ ଚି଼ହ୍ନ ଦେଇ ଘରକୁ ଫେରିଥିଲେ, ତେବେ ଧୀରେ ଧୀରେ ମହିଳା ମାନଙ୍କ ବ୍ୟଙ୍କ ଖାତାରେ ଥିବା ସଂଚିତ ଅର୍ଥ ଗାଏବ ହୋଇଯାଇଥିଲା, ବେଣାମୁଣ୍ଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ସ୍ତ୍ରୀ’ ସତ୍ୟଭାମା ସାହଙ୍କ ବ୍ୟଙ୍କ ଖାତରୁ ଗତ ୪ ତାରିଖ ୧୦ ହଜାର ଓ ୬ ତାରିଖ ୧୦ ହଜାର ଉଠିଥିବା ମୋବାଇଲକୁ ମେସେଜ ଆସିଥିଲା, ଟଙ୍କା ବ୍ୟଙ୍କ ଖାତରୁ ଉଠିଥିବା ଜାଣି ବ୍ୟଙ୍କକୁ ଯାଇ ଖୋଳତାଡ଼ କରିବା ପରେ ଆଧାର କେନ୍ଦ୍ର ରେ ଟିପ ଚି଼ହ୍ନ ଦେବା ଯୋଗୁଁ ତାଙ୍କ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ସେହିପରି ଗଳଦା ଗ୍ରାମର ସ୍ନେହଲତା ବାକସିଂ, ଭବାନୀ ପାତ୍ର, ୟୋତିର୍ମୟୀ ଦେହୁରୀ, ସଂଯୁକ୍ତା ଜେନା ଙ୍କର ମଧ୍ୟ ସମାନ ଢଙ୍ଗରେ ଉକ୍ତ ଆଧାର କେନ୍ଦ୍ର ରେ ଟିପ ଦେଲା ପରେ ଟଙ୍କା ହଡପ ହୋଇଥିବା ଜଣାପଡିଛି, ସଂଯୁକ୍ତା ଜେନା ଜଣେ ଅଙ୍ଗନବାର୍ଡି କେନ୍ଦ୍ର ରେ ସହାୟିକା ଭାବେ କାର୍ଯ୍ୟ କରନ୍ତି ତାଙ୍କ ବ୍ୟଙ୍କ ଜମା ଖାତରୁ ଦୁଇଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କାରୁ ଉର୍ଦ୍ଧ ହଡପ ହୋଇଛି।

ତେବେ ଅର୍ଥ ହଡପକୁ ଆଧାର କେନ୍ଦ୍ର କରିଥିବା ଅଭିଯୁକ୍ତ ଯୁବକ ଖଣ୍ଡନ କରିଥିବା ବେଳେ ଅନ୍ୟଜଣଙ୍କ ଠାରୁ ଆଧାର କେନ୍ଦ୍ରରେ ୟୁଜର ଆଇଡି ଆଣି ଆଧାର କେନ୍ଦ୍ର କରିଥିଲେ, ଯାହାଫଳରେ ଏପରି ହୋଇଛି ଵୋଲି ସେ ପ୍ରକାଶ କରିଛନ୍ତି। ଏ ଘଟଣାକୁ ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି ଓ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

ଏନେଇ ଥାନା ଅଧିକାରୀ ସୁଶାନ୍ତ ପରିଡ଼ା କହିଛନ୍ତି ଯେ, ‘ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ଡାଟା ମଗାଯାଇଛି। ଆଧାର କେନ୍ଦ୍ରର ଯୁବକ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତେବେ ଗୋଟିଏ ଗୋଟିଏ ଆଇଡି ଓ ପାସ ୱାର୍ଡରେ ବହୁ ବ୍ୟକ୍ତି ଏହି କାମ କରୁଥିବାରୁ କେହି ଏଭଳି ଲୋକଙ୍କ ସରଳତାର ସୁଯୋଗ ନେଇ ଅର୍ଥ ହେରଫେର କରିଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ହେଲେ ସବୁ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଉଛି।

Share