ଆର୍ଥିକ ଦୂର୍ବଳ ଶ୍ରେଣୀ ରାଜ୍ୟରେ କେରଳ, ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ,୫।୨: କେରଳ ଦେଶର ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। ସୁପ୍ରିମକୋର୍ଟରେ କେରଳ ରାଜ୍ୟ ଯାଚିକାର ଜବାବ ରଖିବାବେଳେ କେନ୍ଦ୍ର ସରକାର କହିଛନ୍ତି, କେରଳ ଆର୍ଥିକ ରୂପରେ ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। କେରଳ ସରକାର କୋର୍ଟରେ ଯାଚିକା ଦାଖଲବେଳେ କେନ୍ଦ୍ର ଉପରେ ଅଭିଯୋଗ ଆଣିଥିଲେ କି, କେନ୍ଦ୍ର, ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ ହସ୍ତକ୍ଷେପ କରି ଗଭୀର ଅର୍ଥସଙ୍କଟ ଆଡକୁ ଠେଲି ଦେଉଛି। ଯେକୌଣସି ରାଜ୍ୟକୁ ନିଜ ବଜେଟ ଓ ଋଣ ମାଧ୍ୟମରେ ନିଜର ଆର୍ଥିକବ୍ୟବସ୍ଥାକୁ ଦେଖିବାର ଅଧିକାର ରହିଛି। କିନ୍ତୁ କେନ୍ଦ୍ର ସରକାର ଏପରି ନିୟମ ଆଣିଛନ୍ତି ଯାହାଲାଗି ରାଜ୍ୟ ଗରିବୀ ଆଡକୁ ଗତି କରୁଛି।

କେନ୍ଦ୍ର ଆହୁରି କହିଛି, ରାଜ୍ୟ ଜିଏସଡିପି ତୁଳନାରେ ନେଣଦେଣ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮-୧୯ରେ ଏହା ୩୧ ପ୍ରତିଶତ ଥିବାବେଳେ ୨ବର୍ଷରେ ଏହା ବଢି ୩୯ପ୍ରତିଶତରେ ପହଞ୍ଚିଛି। ରାଜ୍ୟ ଭାରୀ କରଜରେ ବୁଡି ରହିଛି।

Share