Categories: ଜାତୀୟ

ଭୋଟ ହାତେଇବାକୁ ଏମିତି ପ୍ରତିଶ୍ରୁତି ଦେଲେ ପ୍ରାର୍ଥୀ

ଥିରୁଭାନନ୍ତପୁରମ, ୩୧।୩: ନିର୍ବାଚନ ସମୟରେ ମଜାଳିଆ କଥାମାନ ଶୁଣିବାକୁ ମିଳିଥାଏ। ନେତାମାନେ ତାଙ୍କର ଘୋଷଣାପତ୍ରରେ ଆଶ୍ଚର୍ଯ୍ୟଜନକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି। କେରଳର ବାମପନ୍ଥୀ ସମର୍ଥନରେ ନିର୍ବାଚନ ଲଢ଼ୁଥିବା ମଟୁରପଥୀ ସୁଲେମାନ ହାଜି ନିଜ ଘୋଷଣାପତ୍ରରେ ଏମିତି କିଛି କହିଛନ୍ତି। ସେ ନିର୍ବାଚନ ଜିତିବା ପରେ ୨୦୨୨ରେ କତାରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ଫୁଟବଲ ଦେଖାଇବାକୁ ନେବେ ବୋଲି ସ୍ଥାନୀୟ ଫୁଟବଲ ଖେଳାଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି ଯେ, ସ୍ଥାନୀୟ କ୍ଲବରେ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିବେ। ଏଥିରେ ବିଜୟୀ ଦଳକୁ ବିଶ୍ୱକପ୍‌ ଫୁଟବଲ ଦେଖାଇବାକୁ ନେବେ।
ପ୍ରକାଶ ଯେ, କେରଳରେ୧୪୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଅର୍ଥାତ୍‌ ଏପ୍ରିଲ ୬ରେ ଭୋଟ ଗ୍ରହଣ ହେବ । ଭୋଟ ଗଣତି ମେ ୨ରେ ହେବ।

Share