Categories: ଜାତୀୟ

ଭାରତ ବନ୍ଦର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି ପଶ୍ଚିମବଙ୍ଗ, କେରଳରେ

ନୂଆଦିଲ୍ଲୀ,୨୮ ।୩: ଶ୍ରମ ଆଇନରେ ପରିବର୍ତ୍ତନ ଓ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ୨ ଦିବସୀୟ ଦେଶବ୍ୟାପି ବନ୍ଦ(ଭାରତ ବନ୍ଦ) ଡାକରା ଦିଆଯାଇଛି । ସୋମବାରଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଭାବ ବିଶେଷ ଭାବେ ବ୍ୟାଙ୍କ ଓ ଉଦ୍ଦ୍ୟୋଗ ଉପରେ ପରିଲକ୍ଷିତ ହୋଇଛି । ତେବେ ଭାରତ ବନ୍ଦର ପ୍ରଭାବ ସବୁଠାରୁ ଅଧିକ ପଶ୍ଚିମବଙ୍ଗ ଓ କେରଳରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ କୋଲକାତାର ଜାଦବପୁର ରେଲୱେ ଷ୍ଟେଶନରେ ବହୁ ସଂଖ୍ୟାରେ ବିରୋଧ ପ୍ରଦର୍ଶନକାରୀ ପହଞ୍ଚି ରେଲୱେ ଟ୍ରାକ ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ସେହିପରି ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ବିଭିନ୍ନ ଟ୍ରେଡ ୟୁନିୟନ ଓ ବାମପନ୍ଥି ସଙ୍ଗଠନର ସଦସ୍ୟ ପିଏସୟୁ ବ୍ୟାଙ୍କ ଘରୋଇକରଣକୁ ନେଇ ରାସ୍ତରେ ଜାମ କରିଛନ୍ତି ।

Share