ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିବା ବିପିଏଲ୍ ପରିବାରର ସଦସ୍ୟଙ୍କ ପାଇଁ କେରଳ ସରକାର ମାସକୁ ୫ହଜାର ଟଙ୍କାର ସହାୟତା ପ୍ରଦାନ କରିବେ । ଏପରି ଏକ ପ୍ରସ୍ତାବକୁ କେରଳ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ଦେଶରେ ହାହାକାର ସୃଷ୍ଟି କରିଥିବା ବେଳେ ଏହାର ଅଧିକ ପ୍ରଭାବ ମହାରାଷ୍ଟ୍ର ଓ କେରଳରେ ପଡିଥିଲା । ଏବେ ଏହାର ତୃତୀୟ ଲହର ବି କେରଳବାସୀଙ୍କ ଉପରେ ଏକ ପ୍ରକାର ଦାଉ ସାଧିଛି କହିଲେ ଭୁଲ ହେବନି । ଏଠାରେ ଏବେବି ଦୈନିକ ସଂକ୍ରମଣ ବଢି ଚାଲିଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।