Categories: ଜାତୀୟ

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ କରାଇନେବାକୁ ସେ ନିବେଦନ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଲା, ଗତ ମାର୍ଚ୍ଚ ୩ ତାରିଖରେ କରୋନାର ପ୍ରଥମ ଟିକା ମୁଖ୍ୟମନ୍ତ୍ରୀ ନେଇଥିଲେ। ଟିକା ନେବାର ମାସକ ପରେ ସେ ଆକ୍ରାନ୍ତ ହେବା ଚର୍ଚ୍ଚାର ବିଷୟ ହୋଇଛି ।

Share