Categories: ଜାତୀୟ

ନିପା ଭାଇରସ: କେରଳରେ ଆଉ ଦୁଇ ଆକ୍ରନ୍ତ

ଥିରୁଭାନନ୍ତପୁରମ୍‌,୧୩।୯: କେରଳର କୋଜିକୋଡେ ଜିଲାରେ ନିପା ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ଗମ୍ଭୀରତାର ସହ ନେଇ କେରଳ ସରକାର କୋଜିକୋଡେରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରିବା ସହ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ନିପାରେ ଦୁଇଜଣଙ୍କ ମୃତ୍ୟୁ ପରେ ସରକାର ଏନେଇ ଆଲର୍ଟ କରିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଜିକୋଡେରେ ନିପାକୁ ନେଇ ଆଲର୍ଟ ଜାରି ହୋଇଛି। ସମସ୍ତେ ପ୍ରୋଟୋକଲ ମାନନ୍ତୁ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ କହିଛନ୍ତି, ପରିସ୍ଥିତିର ଅନୁଧ୍ୟାନ କରିବା ଏବଂ ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ତରଫରୁ କେରଳକୁ ଏକ ବିଶେଷଜ୍ଞ ଦଳ ପଠାଯାଇଛି।

Share