ଧାର୍ମିକ ସଭାକୁ ଅନୁମତି ଦେବାରୁ ବୃଦ୍ଧି ହେଲା ସଂକ୍ରମଣ

ନୂଆଦିଲ୍ଲୀ, ୯ ।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ଏବେ କିନ୍ତୁ କେତେକ ରାଜ୍ୟରେ ଏହା ପୁଣିଥରେ ବଢିବା ଦେଖାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଜୁନ୍ ୧୪ରୁ ଜୁଲାଇ ୬ ମଧ୍ୟରେ କରାଯାଇଥିବା ଏକ ସିରୋସର୍ଭେ ରିପୋର୍ଟ କହିଛି କେରଳରେ ସବୁଠାରୁ କମ୍ ୪୪.୪ ପ୍ରତିଶତ କୋଭିଡ ଆଣ୍ଟିବଡି ରହିଛି । ଏବେ ସରକାର୍‌ଙ୍କ ଓଘଝଇଉଙଏ (ଇଣ୍ଡିଆନ ଝଇଜଝ-ଉକ୍ଟଠ-୨ ଜିନୋମିକ୍ସ କନସୋର୍ଟିୟମ) ର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଅନୁରାଗ ଅଗ୍ରୱାଲ କହିଛନ୍ତି ଯଦି କେରଳରେ ଧାର୍ମିକ ସମାରୋହ ହୋଇ ନ ଥାଆନ୍ତା ହୁଏତ କରୋନା ସଂକ୍ରମଣ ସଂଖ୍ୟା ବଢି ନ ଥାଆନ୍ତା । ଧାର୍ମିକ ସମାରୋହକୁ ଅନୁମତି ଦେବା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କରୋନା କଟକଣାରେ ସାମାନ୍ୟ ଢିଲା ଦେବା ପରେ କେରଳରେ ଦୈନିକ ସଂକ୍ରମଣ ୧୩ ହଜାରରୁ ବୃଦ୍ଧି ପାଇ ୨୦ ହଜାରରେ ପହଞ୍ଚିଥିଲା ।

Share