Categories: ଜାତୀୟ

୨୫ ବର୍ଷ ପରେ ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ବାହାରିଲା ହ୍ବିସିଲ

କନ୍ନୁର, ୧୭।୨ : କେରଳର ସରକାରୀ ମେଡିକାଲର ଡାକ୍ତରମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ଅସ୍ତ୍ରୋପଚାର ଜରିଆରେ ହ୍ବିସିଲ ବାହାର କରି ଦେଇଛନ୍ତି। ମହିଳା ଜଣଙ୍କ ୨୫ ବର୍ଷ ତଳେ ଦୁର୍ଘଟଣା ବଶତଃ ହ୍ବିସିଲ ଗିଳି ଦେଇଥିଲେ।

କନ୍ନୁର ଜିଲାର ମଟ୍ଟାନୁର ଅଞ୍ଚଳର ମହିଳା ଜଣଙ୍କ ଶ୍ୱାସକ୍ରିୟାରେ ଅସୁବିଧା ନେଇ ଏକ ବେସରକାରୀ କ୍ଲିନିକକୁ ଯାଇଥିଲେ। ସେଠାରେ ଶ୍ୱାସକ୍ରିୟା ନଳିରେ କିଛି ଅଟକି ଥିବା ସୂଚନା ଦେବା ସହ ସରକାରୀ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ ଫୁସ୍‌ଫୁସ ବିଶେଷଜ୍ଞ। ଡ. ରାଜୀବ ରାମ ଓ ଡ. ପଦ୍ମନାଭନଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ସଫଳ ଅସ୍ତ୍ରୋପଚାର କରି ହ୍ବିସିଲ ବାହାର କରି ଦେଇଥିବା ମେଡିକାଲ କଲେଜ ସୁପ୍ରିଟେନଡେଣ୍ଟ ଡ. ସୁଦୀପ ସୂଚନା ଦେଇଛନ୍ତି।

 

Share