Categories: ଜାତୀୟ

ରାସ୍ତା କଡ଼ରେ ମାଛ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

କୋଟ୍ଟାୟମ,୨୦।୮: ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି କେରଳ ସରକାର ମାଛ ବିକ୍ରିକୁ ନେଇ କଠୋର ହୋଇଛନ୍ତି। ଏବେ ରାସ୍ତା କଡରେ ମାଛ ବିକ୍ରି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ସେଠାକାର ଲୋକେ ରାସ୍ତା କଡରେ ଶସ୍ତାରେ ମାଛ ପାଉଥିବାରୁ ଏହି ସ୍ଥାନରେ ଗହଳି ଲଗାଇ ଥାଆନ୍ତି। କିନ୍ତୁ ସରକାରଙ୍କ ପ୍ରତିବନ୍ଦକ ପରେ ଏବେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ଏହାପରେ ଜଣେ ମାଛ ବିକ୍ରେତା କହିଛନ୍ତି ବିଶ୍ୱରେ ବ୍ୟାପୁଥିବା ଏହି କରୋନା ମହାମାରୀ ଏବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ଏହାସହ ଲକ୍ଷ ଲକ୍ଷ ଲୋକେ ସେମାନଙ୍କ ଜୀବିକା ମଧ୍ୟ ହରାଇ ସାରିଲେଣି। ଏପଟେ ବିଭିନ୍ନ ସମୟରେ ସରକାରଙ୍କ କଟକଣା ମଧ୍ୟ ପରିବାର ପୋଷିବାରେ ଅସୁବିଧା ସୃଷ୍ଟି କରୁଛି ବୋଲି ସେ ମତ ଦେଇଛନ୍ତି।

Share