Categories: ଜାତୀୟ

ମହାରାଷ୍ଟ୍ର ପରେ ଏବେ କେରଳ ସରକାର ସିବିଆଇ ଉପରେ ଲଗାଇପାରନ୍ତି ଅଙ୍କୁଶ

ଥିରୁଭାନନ୍ତପୁରମ,୪।୧୧: ମହାରାଷ୍ଟ୍ର ପରେ ଏବେ କେରଳ ସରକାର ମଧ୍ୟ ସିବିଆଇ ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେରଳରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ରାଜ୍ୟସରକାରଙ୍କ ଅନୁମତି ନେବାକୁ ପଡ଼ିବ। ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କୁହାଯାଉଛି, ଲାଇଫ ମିଶନ ହାଉସିଂ ପ୍ରୋଜେକ୍ଟରେ ସିବିଆଇର ହସ୍ତକ୍ଷେପକୁ ନେଇ ରାଜ୍ୟସରକାର ଅସନ୍ତୁଷ୍ଟ ରହିଛନ୍ତି। ଯାଞ୍ଚ ପରେ ଏହି ଯୋଜନାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା। ପରେ ଲାଇଫ ମିଶନର ସିବିଆଇ ଯାଞ୍ଚ ଉପରେ ରୋକୋ ଲଗାଇବା ନେଇ କୋର୍ଟ ହସ୍ତକ୍ଷେପ କରିଥିଲେ।

Share