Categories: ଜାତୀୟ

କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍‌

ଥିରୁଭାନନ୍ତପୁରମ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କୁ ଏବେ ସହଯୋଗର ହାତ ବଢାଇବାକୁ ଯାଉଛନ୍ତି କେରଳ ସରକାର। କେରଳର ଏକ ୧୫ ଜଣିଆ ଡାକ୍ତରି ଟିମ୍‌ ଶ୍ରୀଲଙ୍କା ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ସହ କଥାବାର୍ତ୍ତା ଚାଲିଛି। ଅନୁମତି ମିଳିଲେ ଏମାନେ ଶ୍ରୀଲଙ୍କା ଗସ୍ତ କରିବେ ବୋଲି ଜଣାପଡିଛି।

Share