Categories: ଜାତୀୟ

ବର୍ଷେ ପର୍ଯ୍ୟନ୍ତ ଜାରି ରହିବ କରୋନା ନିୟମ

ଥିରୁଭାନନ୍ତପୁରମ୍‌,୫।୭: ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ରବିବାର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଆଗାମୀ ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଆଇନ ଆଣିଛନ୍ତି ଯାହାର ନାମ ରହିଛି, କେରଳ ଏପିଡେମିକ ଡିଜିଜ କରୋନା ଭାଇରସ ଡିଜିଜ (କୋଭିଡ-୧୯) ଆଡିସନାଲ ରେଗୁଲେସନ, ୨୦୨୦। ଏହି ଆଇନ ଲାଗୁ ହେବା ପରେ ରାଜ୍ୟବାସୀ ସାମାଜିକ ଦୂରତା, ମାସ୍କ ବ୍ୟବହାର, ସୀମିତ ଲୋକଙ୍କ ମଧ୍ୟରେ ବିବାହ, ଅନ୍ତିମ ସଂସ୍କାର, ଦୋକାନରେ ଜିନିଷ କିଣିବା ବେଳେ ଏବେ ସବୁ ଜାରି ହୋଇଥିବା ନିୟମ ମାନିବେ।

Share