Categories: ଜାତୀୟ

କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୭।୧୧: କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି କେରଳ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଶିକ୍ଷାପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ପେଶାଦାର ଶିକ୍ଷା ଲାଗି ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ରାଜ୍ୟ ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ. ଶୈଳଜା ଶନିବାର ସୂଚନା ଦେଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପାଠଢୁଥିବା ପିଲାଙ୍କୁ ମାସିକ ୩୦୦ଟଙ୍କା ପ୍ରଦାନ କରାଯିବ। ସେହିପରି ଷଷ୍ଠର ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମାସିକ ୫୦୦ଟଙ୍କା ଯୋଗାଇ ଦିଆଯିବ। ଉଚ୍ଚ ଶିକ୍ଷା ପଢୁଥିବା ପିଲାଙ୍କୁ ୭୫୦ଟଙ୍କା ଏବଂ ଏବଂ ପେଶାଦାର ପାଠ ପଢୁଥିବା ପିଲାଙ୍କୁ ମାସିକ ୧୦୦୦ଟଙ୍କା ପ୍ରଦାନ କରାଯିବ ବୋଲି ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଅନୁଦାନ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ।

Share