ଥିରୁଭାନନ୍ତପୁରମ,୨୩ ।୧୦: କେରଳରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ କଥା କଟାକଟି ଲଗାତାର ଜାରି ରହିଛି । ତାଜା ଘଟଣାକ୍ରମରେ ଆଇନ ମନ୍ତ୍ରୀ ପି ରାଜୀବ ଯେ କି ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଚେତାବନୀ ଦେଇ କହିଥିଲେ ସେ ତାଙ୍କ କାର୍ଯ୍ୟର ସମୀକ୍ଷା କରିବେ । ଏବେ ଆଇନ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜ୍ୟପାଳ ବି ଚିଇଙ୍କି ଉଠିଛନ୍ତି । ରାଜ୍ୟପାଳ କହିଛନ୍ତି, ଆଇନ ମନ୍ତ୍ରୀ କହୁଛନ୍ତି ସେ ମୋ କାର୍ଯ୍ୟର ସମିକ୍ଷା କରିବେ । ରାଜ୍ୟପାଳ ଭାବେ ମୁଁ ଏଠି ତାଙ୍କ କାର୍ଯ୍ୟର ସମିକ୍ଷା କରିବାକୁ ରହିଛି । ସେ ମୋ ଦ୍ୱାରା ନିଯୁକ୍ତ ହୋଇଛନ୍ତି । ଏହାର ଅର୍ଥ ହେଉଛି ଯେ ସେ ସମ୍ବିଧାନର ପ୍ରାବଧାନ ସହ ପରିଚିତ ନୁହେଁ । ରାଜ୍ୟପାଳ କହିଛନ୍ତି କେରଳରେ ମେଧାବୀ ଲୋକ ବାହାରକୁ ଚାଲିଯାଇଛନ୍ତି ଓ ଏହିଭଳି ଅଜ୍ଞାନି ଲୋକ ଶାସନ କରୁଛନ୍ତି ।