Categories: ଜାତୀୟ

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଦିଆଗଲା Z+ ସୁରକ୍ଷା

ଥିରୁଭାନନ୍ତପୁରମ୍‌,୨୭।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଛି ଜେଡ୍‌ ପ୍ଲସ୍‌ ସୁରକ୍ଷା। କୋଲାମ ଜିଲାରେ ଏସ୍‌ଏଫ୍‌ଆଇ(ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ)ର କଳାପତାକା ପ୍ରଦର୍ଶନକୁ ନେଇ ସେ ରାଗିଯାଇ ରାସ୍ତା ମଝିରେ ବସିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କଟାକ୍ଷ କରିବାକୁ ପଛାଇ ନ ଥିଲେ। ଏହି ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ରାଜଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ଶନିବାର ରାଜ୍ୟର ରାଜଧାନୀରୁ ପ୍ରାୟ ୪୦ କିମି ଦୂରରେ ଥିବା କୋଲାମ ଜିଲାରେ ଆରିଫ ଖାନ୍‌ଙ୍କ କନଭେନକୁ ଏସ୍‌ଏଫ୍‌ଆଇ କର୍ମକର୍ତ୍ତାମାନେ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇ ରୋକିଥିଲେ। ଏହି ବିରୋଧକୁ ନେଇ ରାଜ୍ୟପାଳ ରାଗିଯିବା ସହ ନିଜ କାର୍‌ରୁ ରାସ୍ତା ମଝିରେ ବସିଥିଲେ। ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ହଟାଇଥିଲା। ହେଲେ ରାଜ୍ୟପାଳ ରାସ୍ତା ପାର୍ଶ୍ୱରେ ଥିବା ଏକ ଦୋକାନରେ ପଡ଼ିଥିବା ଚୌକିରେ ବସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ନାଟକୀୟ ଦୃଶ୍ୟ ୨ ଘଣ୍ଟାରୁ ଅଧିକ ସମୟ ଯାଏ ଜାରି ରହିଥିଲା।

Share