କେରଳ ରାଜ୍ୟପାଳ କରୋନା ପଜିଟିଭ

ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଟୁଇଟରରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ହେଲେ ଏହାକୁ ନେଇ ଚିନ୍ତାର କାରଣ ନାହିଁ । କିନ୍ତୁ ସପ୍ତାହକ ମଧ୍ୟରେ ଦିଲ୍ଲୀରେ ମୋ ସହ ଯେଉଁମାନେ ମିଳାମିଶା କରିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ଅଥବା ନିଜକୁ କ୍ୱାରାଣ୍ଟାଇନରେ ରଖନ୍ତୁ । ସୂଚନାଯୋଗ୍ୟ, ଏବେ କରୋନା ସଂକ୍ରମଣ ପୁଣିଥରେ ଦେଶରେ ବୃଦ୍ଧି ପାଇଛି । ଯାହା ଆଗାମୀ ଶୀତ ଋତୁକୁ ଦେଖି ଚିନ୍ତାରେ ପକାଇଲାଣି ।

Share